ଛତ୍ରପୁର: ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତ କରିବେ। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଆସୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଜିଲ୍ଲା ପାଇଁ ଗୁରୁତ୍ବ ବହନ କରୁଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିଠାରେ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ। ସେଠାରେ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କ ନିମନ୍ତେ ୨୨ ଶହ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବା ସହ ୭ ଲକ୍ଷରୁ ଅଧିକ ବିଜୁ ସ୍ବାସ୍ଥ୍ୟକାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।

ଏହ ସହ ହିଞ୍ଜିଳିକାଟୁରେ ବିଜୁବାବୁଙ୍କ ବ୍ରୋଞ୍ଜ୍‌ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବେ ବୋଲି ସୂଚନା ମିଳିଛି। ସେହିପରି ଗଞ୍ଜାମର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ପୀଠରେ ଉନ୍ନୟନମୂଳକ କାମ ତଦାରଖ କରିବେ। ଆଉ କୋଭିଡ୍ ମୁକାବିଲା ସମୟରେ ପଞ୍ଚାୟତ ଜନପ୍ରତିନିଧିଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ, ମନ୍ଦିରର ତଳଭାଗରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ସହ ପ୍ରସାଦ ସେବନ କରିବ‌ାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସମସ୍ତ ପ୍ରସ୍ତୁତି ଜାରି ରହିଥିବା ସୂଚନା ମିଳିଛି।

The post ୧୨ରେ ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ସ୍ବାସ୍ଥ୍ୟକାର୍ଡ଼ first appeared on Sambad.

from ଜିଲ୍ଲା | Sambad https://ift.tt/3lCwf9i