
ତେଲକୋଇ/ରାଇସୁଆଁ : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ ବିମଳା ଫରେଷ୍ଟ ସେକ୍ସନ ଓ ତେଲକୋଇ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଭୀମକାଣ୍ଡ, ଗୋଳାଗାଡ଼ିଆ, କୋଇଲିସୁତା, ଗୋଧୂଳି, ଗୋପୀନାଥପୁର, କୁଣ୍ଢେଇହତା, ନମକାନୀ, ବିମଳା, ରାଣୀବେଡ଼ା, ରାଇସୁଆଁ, ସିନ୍ଦୁରିଆ, ପଡ଼ାଙ୍ଗ, ଖୁଣ୍ଟାପଡ଼ା, କୁଲାଡେରା, କନ୍ତଲେଇ, ଦୁଲ୍ଲଭପୁର, ଦେଉଳଡିହା ପ୍ରଭୃତି ଗ୍ରାମରେ ହାତୀ ପଲ ପଶି ଧାନ ଫସଲ ଖାଇବା ସହିତ ମାଡ଼ିଦଳି ନଷ୍ଟ କରିଦେଇଛନ୍ତି। ଗତକାଲି ଖୁଣ୍ଟାପଡ଼ା ଗ୍ରାମର ମାଣିକର ବେହେରା, ଦୁଃଖବନ୍ଧୁ ସାହୁ, ରାଜୁ ମହାକୁଡ଼, ଗିରିଶ୍ଚନ୍ଦ୍ର ପ୍ରଧାନ, ପାଣ୍ଡବ ପାତ୍ର, ହିମାଂଶୁ ପ୍ରଧାନ, ରବି ସାହୁ, ସୁରେଶ ପ୍ରଧାନ, ଜ୍ଞାନେନ୍ଦ୍ର ପ୍ରଧାନ, ବିନୋଦ ବିହାରୀ ବେହେରା, ଭ୍ରମରବର ସାହୁ ପ୍ରମୁଖ ଧାନ ଫସଲ ନଷ୍ଟ କରିଦେଇଛନ୍ତି। ଏହି ୭ ଟିକିଆ ଦଳରେ ଗୋଟିଏ ଦନ୍ତା, ତିନୋଟି ମାଈ ଓ ତିନୋଟି ଛୁଆ ହାତୀ ରହିଛନ୍ତି। ହାତୀ ପଲଙ୍କ ଗତିବିଧି ଉପରେ ବନ ବିଭାଗ ପକ୍ଷରୁ ନିଜର ରଖାଯାଇଛି। କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ବିମଳା ଫରେଷ୍ଟ ସେକ୍ସନର ଟାଙ୍ଗିରି ଗ୍ରାମର ପ୍ରମୋଦ କୁମାର ବିଶ୍ବାଳଙ୍କ ଦଉରାଣି ପାଳ ବଇଦ ମୁଣ୍ଡା ଚକରେ ଥିବା ୨ ଏକରରୁ ଅଧିକ ଜମିର ଧାନ ଫସଲକୁ ହାତୀ ଖାଇବା ସହିତ ଦଳିଚକଟି ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ବନ ବିଭାଗ କର୍ମଚାରୀ ଫଟୋ ଉଠାଇ କ୍ଷୟକ୍ଷତି ଆକଳନ କରି ଦୁଇ ପ୍ଲଟ୍ର ଜିପିଏସ ରିଡିଙ୍ଗ ନେଇଥିବା ଚାଷୀ ଶ୍ରୀ ବିଶ୍ୱାଳ କହିଛନ୍ତି। ଚାଷୀ ଜମିକୁ ଧାନ ଅମଳ କରିବାକୁ ଦାଆ ଯାଇ ନାହିଁ। ଦୁଇ ପ୍ଲଟର ୨ଏକର ୬୫ ଡିସିମିଲର ଧାନଫସଲ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଥିବା ଦେଖିବାକୁ ମିଳିଥିଲା। ହାତୀପଲ ଏବେ ବି ଝାରବେଡ଼ା, ମକାପୋଡ଼ା, କାନ୍ତୋଲଶୁଆଁ ଓ ନମକାନୀ ଗ୍ରାମରେ ଉପଦ୍ରବ ଜାରି ରହିଛି। ବନ ବିଭାଗ କର୍ମଚାରୀ ହାତୀପଲକୁ ଘଉଡାଇବାରେ ବିଫଳ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
The post କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ first appeared on Sambad.from ଜିଲ୍ଲା | Sambad https://ift.tt/3pwWOh7
0 Comments