ଯାଜପୁରସଦର : ଯାଜପୁର ପୌରପାଳିକାରେ ଥିବା କୁସୁମା ପାର୍କକୁ ରକ୍ଷଣାବେକ୍ଷଣ ନିମନ୍ତେ ୫ ଦିନ ପାଇଁ ବନ୍ଦ କରାଯାଇଛି। ଯାଜପୁର‌ ପୌରପାଳିକା ଦ୍ୱାରା ପରିଚାଳିତ ଏହି ପାର୍କ ଚଳିତ ମାସ ୭ ତାରିଖଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖିବାକୁ ସ୍ଥିର ହୋଇଛି।

ଆଗକୁ ପର୍ଯ୍ୟଟନ ଋତୁ ଆସୁଥିବା ସହ କରୋନା କଟକଣା କୋହଳ ହୋଇଥିବାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିବାର ଅନୁମାନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ବ୍ୟବସ୍ଥାର ରକ୍ଷଣାବେକ୍ଷଣ ପାଇଁ ଏହାକୁ ବନ୍ଦ ରଖାଯାଇଛି। କୁସୁମା ମଧ୍ୟରେ ବୋଟିଂ, ଲାଇଟ ଆଣ୍ଡ ସାଉଣ୍ଡ, ଶିଶୁଉଦ୍ୟାନ ପରି ଅନେକ ସୁବିଧା ସହ ଭଳିକି ଭଳି ଫୁଲର ସମ୍ଭାର ରହିଛି, ଯାହା ଲୋକମାନଙ୍କୁ ଆକର୍ଷିତ କରିଥ‌ାଏ।

The post ଯାଜପୁର: ରକ୍ଷଣାବେକ୍ଷଣ ପାଇଁ କୁସୁମା ପାର୍କ ୫ ଦିନ ପାଇଁ ବନ୍ଦ first appeared on Sambad.

from ଜିଲ୍ଲା | Sambad https://ift.tt/3rGJgCg