ବୌଦ୍ଧ : ଏକ ବଲେରୋ ପିକ୍‌ଅପ୍‌ ଭ୍ୟାନ (ଓଡି ୩୧ ଜି ୪୩୪୫)ରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବୌଦ୍ଧ ଆଦର୍ଶ ଥାନା ପୁଲିସ ଧରିଛି। ପିକ୍ଅପ୍‌ ଗାଡ଼ିକୁ ପାଇଲଟିଂ କରୁଥିବା ଏକ ବାଇକ୍‌କୁ ମଧ୍ୟ ଧରିବାରେ ସଫଳ ହୋଇଛି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରିବାରେ ଏକ କୁଇଣ୍ଟାଲ ହୋଇଥିଲା। ଚୋରା ଚାଲାଣ କରୁଥିବା ଅଭିଯୋଗରେ ବାଉଁଶୁଣୀ ଥାନା ବଡ଼ଝରାକଟା ଗାଁର ଶ୍ରୀନିବାସ ମେହେର ଓ ମନମୁଣ୍ଡା ଥାନା ଗୁଡ଼ଭେଲିପଦରର ଅମିୟ ରଞ୍ଜନ ବାଘଙ୍କୁ ଗିରଫ କରିଛି।

The post ବୌଦ୍ଧରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/2ZSRPys