
କଣ୍ଟାମାଳ : ମନମୁଣ୍ଡା-କଣ୍ଟାମାଳ ୪୧ ନମ୍ବର ରାଜ୍ୟ ରାଜପଥ ଓଡ଼ିଆଗୋଠଠାରୁ ଯୋଗୀନ୍ଦ୍ରପୁର ପର୍ଯ୍ୟନ୍ତ ରାସ୍ତା ଅତି ଶୋଚନୀୟ ହୋଇପଡ଼ିଛି। ରାସ୍ତା ମରାମତି ପାଇଁ ବିଜେପି ପକ୍ଷରୁ ଏକ ଦାବିପତ୍ର ଗୁରୁବାର ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିଲା।
ସୂଚନାନୁସାରେ ଏହି ରାସ୍ତା ଉପରେ ଅଞ୍ଚଳର ଯୋଗୀନ୍ଦ୍ରପୁର, ଦପଲା, ଲମ୍ବସରୀ, ଶୁଣ୍ଢିପଦର ଓ ଖଲିଆପାଲି ଆଦି ୫ଟି ପଞ୍ଚାୟତର ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ବ ଲୋକ ଯିବାଆସିବା ପାଇଁ ନିର୍ଭର କରିଥାନ୍ତି। ଓଡ଼ିଆଗୋଠରୁ ଯୋଗୀନ୍ଦ୍ରପୁର ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡ଼ିଥିବାରୁ ଅନେକ ଛୋଟବଡ଼ ଦୁର୍ଘଟଣା ଘଟି ଚାଲିଛି। ରାସ୍ତା ମରାମତି ବିଭିନ୍ନ ଖବରକାଗଜରେ ଖବର ପ୍ରକାଶ ପାଇଥିଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିରବ ରହୁଛି। ଏହାର ମରାମତି ପାଇଁ ଆଜି ମନମୁଣ୍ଡାର ବିଜେପି ନେତା ତଥା ବିଜେପି ରାଜ୍ୟ ଯୁବମୋର୍ଚ୍ଚାର ରାଜ୍ୟ ସଂଯୋଜକ ନାରାୟଣ କର୍ମୀ, ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସାଧାରଣ ସଂପାଦକ ଓମ୍ ପ୍ରକାଶ ମିଶ୍ର ଓ ବିଜେପି ନେତା ଦାମୋଦର ମିଶ୍ର ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ରାସ୍ତା ତୁରନ୍ତ ମରାମତି କରିବାକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏ ସଂପର୍କରେ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ଉକ୍ତ ରାସ୍ତାକୁ ପରିଦର୍ଶନରେ ଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।
The post ରାସ୍ତା ମରାମତି ପାଇଁ ବିଜେପି ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଦାବିପତ୍ର first appeared on Sambad.from ଜିଲ୍ଲା | Sambad https://ift.tt/3xV8vC3
0 Comments